ଜାତୀୟ

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତିର ପିତା, ଅହିଂସାର ମାର୍ଗଦର୍ଶକ, ଭାରତକୁ ସ୍ୱାଧୀନତା ଦେଇଥିବା ମହାନ୍‌ ଆତ୍ମା ମହାତ୍ମା ଗାନ୍ଧୀଙ୍କ ଆଜି ୭୮ତମ ତିରୋଧାନ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି । ୧୯୪୮ମସିହା ଆଜିର ଦିନରେ ବାପୁଙ୍କୁ ଗୁଳି କରି ହତ୍ୟା କରିଥିଲା ନାଥୁରାମ ଗଡସେ ।

ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାଜଘାଟରେ ବୈଷ୍ଣବ ଜନୋ କୋ…ସହ ରଘୁପତି ରାଘବ ରାଜା ରାମ..ପତିତପାବନ ସୀତା ଗୀତ ପରିବେଶଷଣ ହୋଇଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL