କେନ୍ଦୁଝର : ଯୋଡ଼ା ଥାନା ମାଇନିଂ ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ସ୍କୁଟି ଚାଳକ ମହିଳା ମୃତ । ୫୨୦ ନମ୍ବର ଜାତୀୟ ରାଜପଥ ମାଇନିଂ ଛକରେ ଆଜି ସନ୍ଧ୍ୟାରେ ଏକ ହାଇୱା ସ୍କୁଟିକୁ ପଛ ପଟୁ ଧକ୍କା ଦେଇଥିଳା । ଫଳରେ ମହିଳା ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ଯୋଡ଼ା ବନେଇକଳାର ସୁନିତା ଲୋହାର (୪୨) ବୋଲି ଜଣାପଡିଛି । ମୃତକ ସ୍ଥାନୀୟ ବିଳେଇପଦା ଶିଶୁମନ୍ଦିର ରେ ଶିକ୍ଷୟତ୍ରୀ ଥିଲେ । ସ୍କୁଲ୍ ସାରି ନିଜ ସ୍କୁଟି (ଓଡ଼ି-୦୯- ଜେ- ୯୮୦୦) ଯୋଗେ ଘରକୁ ଫେରୁଥିବା ସମୟରେ ହାଇୱା (ଓଡ଼ି-୧୪- ଏଜି-୮୩୫୫)ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତ ସୁନିତାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟାଟା ମେଡିକାଲ କୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ହାଇୱା ଜବତ କରି ଥାନାରେ ରଖିଛନ୍ତି ।
ସ୍କୁଟିକୁ ଧକ୍କା ଦେଲା ହାଇୱା, ମହିଳା ମୃତ








