ଓଡ଼ିଶା

କ୍ଲାସ ନ କରି କଲେଜରେ ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆକ୍ସନ୍‌ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଏଣିକି କଲେଜରେ କ୍ଲାସ ନ କରି ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏହା ସହ ଦରମା ମଧ୍ୟ ବନ୍ଦ ହୋଇପାରେ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସବୁ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।

ଗତ ୨୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଟକ ଜିଲ୍ଲାର ଦୁଇଟି ସଂସ୍କୃତ ଅନୁଦାନପ୍ରାପ୍ତ କଲେଜକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ଅଧିକାରୀ ମାନେ କଲେଜରେ କ୍ଲାସ୍ ସମୟରେ ଅଧ୍ୟାପକ ଓ ଅଣ ଅଧ୍ୟାପକ ମାନେ କ୍ଲାସରେ ନଥିଲେ । ଅନ୍ୟ ସ୍ଥାନରେ ଚେୟାରରେ ବସି ଆରାମ କରିବା ସହ ମୋବାଇଲରେ ବ୍ୟସ୍ତ ଥିଲେ ଖଟି କରୁଥିଲେ ।

ସେହିପରି ପିଲା ମଧ୍ୟ କ୍ଲାସରେ ନରହି ମୋବାଇଲରେ ବ୍ୟସ୍ତ ଥିଲେ । ଏପରିକି ଯାଞ୍ଚ ସମୟରେ କଲେଜ କର୍ତ୍ତୃପକ୍ଷଙ୍କୁ ଅଧିକାରୀ ମାନେ ଉପସ୍ଥାନ ରେଜିଷ୍ଟର ମାଗିଥିଲେ । ହେଲେ ଦେଖିବାକୁ ମିଳିଥିଲା ଏଥିରେ ଅଧ୍ୟକ୍ଷ ଓ କିଛି କର୍ମଚାରୀ ୪ ଦିନ ଧରି ଦସ୍ତଖତ କରିନଥିଲେ । ଯାହା ସରକାରଙ୍କ ନିୟମ ଓ ନିର୍ଦ୍ଦେଶାବଳୀର ବ୍ୟାପକ ଉଲଂଘନ । ତେଣୁ ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଗିଦ କରିଛି ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL