ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧକୁ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ ଭାବେ ଘୋଷଣା କଲେ ରାଜ୍ୟ ସରକାର । ଏନେଇ ଶୁକ୍ରବାର ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ସହକାରୀ ପ୍ରଣାଳୀ, ବୈଜ୍ଞାନିକ ପଦ୍ଧତିରେ ଗୋପାଳନ ଏବଂ ସରକାରୀ ଯୋଜନାମାନଙ୍କର ସଠିକ୍ ସମନ୍ୱୟ ମାଧ୍ୟମରେ ଏହି ଗ୍ରାମରେ ଦୁଗ୍ଧ ଚାଷ ଏକ ସ୍ଥାୟୀ ଜୀବିକା ମଡେଲ୍ ଭାବେ ପରିଣତ ହୋଇ ପାରିଛି ।
ସେ ଆହୁରି ସୂଚନା ଦେଇଛନ୍ତି, ବରଗଡ ଜିଲ୍ଲା ପ୍ରଶାସନ ଏବଂ ସମଲେଶ୍ଵରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘର ମିଳିତ ସହଯୋଗରେ ପ୍ରତିଷ୍ଠିତ ଏହି ଦୁଗ୍ଧ ଗ୍ରାମରେ, ପ୍ରତିଦିନ ଚାଷୀମାନେ ଏକତ୍ରିତ ହୋଇ ସମବାୟ ମାଧ୍ୟମରେ କ୍ଷୀର ସଂଗ୍ରହ କରିବା ସହ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ କ୍ଷୀରର ଗୁଣବତ୍ତାକୁ ପରୀକ୍ଷା କରିବା ପରେ ନିକଟସ୍ଥ ଡେରି ପ୍ଳାଣ୍ଟକୁ ପଠାଇ ସଠିକ ମୂଲ୍ୟରେ ବିକ୍ରି କରିଥାନ୍ତି ।




