ଓଡ଼ିଶା

ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଲା ଦଶମ ଶ୍ରେଣୀ ଛାତ୍ର

ବାଲେଶ୍ୱର : ନବମ ଶ୍ରେଣୀ ଛାତ୍ରକୁ ହାଣିଲା ଦଶମ ଶ୍ରେଣୀ ଛାତ୍ର । ବାଲେଶ୍ଵର ରେମୁଣା ଥାନା ଅନ୍ତର୍ଗତ ରେମୁଣା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ଆଜି ସ୍କୁଲ୍ ରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । କୌଣସି ବିବାଦକୁ ନେଇ ଦଶମ ଶ୍ରେଣୀ ଛାତ୍ର ନବମ ଶ୍ରେଣୀ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛି । ଆହତ ଛାତ୍ରକୁ ନେଇ ଫକିର ମୋହନ ମେଡ଼ିକାଲ କଲେଜ୍ ରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣ କରିଥିବା ଛାତ୍ର ନିକଟରୁ ଏକ ଖଣ୍ଡା ଜବତ କରିଛି ରେମୁଣା ପୋଲିସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL