ରାୟଗଡା : ଝାଡ଼ାବାନ୍ତି ଆତଙ୍କ । ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ । ୪୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳକୁ ଯାଇଛନ୍ତି ମେଡିକାଲ ଟିମ୍ । ଗତକାଲି ରାତିରେ ୪ଜଣଙ୍କୁ ଝାଡ଼ାବାନ୍ତି ହୋଇଥିଲା । ପରେ ୪୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଲଗ୍ନା ଉର୍ଲାକାଙ୍କ ମୃତ୍ୟୁ ହୋଇଛି ।
ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ : ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ









