ଭୁବନେଶ୍ବର: ଭୁବନେଶ୍ୱରରେ ଶନିବାର ଭୋର ସମୟରେ ଦୁର୍ବୃତ୍ତମାନେ ଖଣ୍ଡାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଉକ୍ତ ଯୁବକ ଗୁରୁତର ଆହତ ହୋଇଛନ୍ତି।
ଚିଣ୍ଟୁ ନାମକ ପୀଡିତ ବ୍ୟକ୍ତି ରାଜଧାନୀର ପାତ୍ରପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।ପ୍ରାଥମିକ ସୂଚନା ଅନୁଯାୟୀ, ଖଣ୍ଡଗିରି ମେଳାରେ ଯାତ୍ରା ପ୍ରଦର୍ଶନ ଦେଖି ଚିଣ୍ଟୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଏମ୍ସ ଭୁବନେଶ୍ୱର ରାସ୍ତାରେ ପିଛା କରି ଖଣ୍ଡା ସାହାଯ୍ୟରେ ନିର୍ମମ ଆକ୍ରମଣ କରିଥିଲେ। ତେବେ ପୂର୍ବ ଶତ୍ରୁତା ଯୋଗୁଁ ଏହି ମରଣାନ୍ତକ ଆକ୍ରମଣ ହୋଇଥାଇପାରେ। ଯଦିଓ ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।




