ଭୁବନେଶ୍ୱର: ଫେବୃଆରୀ ୧୫ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା । ଏନେଇ ଶୁକ୍ରବାର ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାତି ୧୦ଟାରେ ମନ୍ଦିର ଚୁଡ଼ାକୁ ମହାଦୀପ ଉଠିବା ନେଇ ସ୍ଥିର ହୋଇଛି ।
ଏହି ବୈଠକରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ସମସ୍ତ ନିଯୋଗ ପ୍ରମୁଖ ସେବାୟତ ଉପସ୍ଥିତ ଥିଲେ। ବୈଠକରେ ସେବାୟତଙ୍କ ମତାମତକୁ ନେଇ ଜାଗର ଦିନର ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା । ତେବେ ଚଳିତ ବର୍ଷ ମହାଦୀପ ଉଠିବା ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି କିମ୍ବା ନୀତିକାନ୍ତିରେ ବିଶୃଙ୍ଖଳା ଦେଖାନଯାଏ ସେନେଇ ସୁଧାର ଆଣିବାକୁ ନିଯୋଗ ପକ୍ଷରୁ ଦାବି କରାଯାଇଛି ।





