ନୂଆଦିଲ୍ଲୀ : ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କର ବଜେଟ୍ ଭାଷଣ ୮୫ ମିନିଟ୍ ରହିଥିଲା ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୭.୮ ଲକ୍ଷ କୋଟି ଟଙ୍କାର ବଜେଟ୍ ଘୋଷଣା କରିଛନ୍ତି । ଏଥିରୁ ୨.୧ ଲକ୍ଷ କୋଟି ସେନାର ଆଧୁନିକୀକରଣ ପାଇଁ ବ୍ୟବହାର କରାଯିବ । ରାଫେଲ ଫାଇଟର ଜେଟ୍ସ, ସବମରିନ୍ସ ଏବଂ ୟୁଏଭି ଡ୍ରୋନ ଭଳି ଅନେକ ଡିଲ୍ ଲାଇନ ହୋଇ ରହିଛି ।
ପରମାଣୁ ଉର୍ଜା ପରିଯୋଜନାକୁ ବିସ୍ତାର କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଅର୍ଥମନ୍ତ୍ରୀ ।




