ଓଡ଼ିଶା

ଫାଟିଗଲା ଗ୍ୟାସ ବେଲୁନ, ନିଆଁ ଲାଗି ୩ ଗୁରୁତର

ସୁନ୍ଦରଗଡ : ଗ୍ୟାସ ବେଲୁନ ଫାଟି ୩ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ଧର୍ମଶାଳା ସ୍କୁଲ ନିକଟ ଅନୁକୂଳ ଚନ୍ଦ୍ର ବା ଜୟଗୁରୁ ମନ୍ଦିର ନିକଟରେ । ମନ୍ଦିରରେ ଏକ ବଡ ହିଲିୟମ ଗ୍ୟାସ ବେଲୁନ ଉଡ଼ା ଯାଇଥିଲା । ସେଥିରେ ଗ୍ୟାସ ସରିଯିବାରୁ ବେଲୁନଟି ତଳକୁ ଖସି ଯାଇଥିଲା। ଆଜି ତାକୁ ତଳକୁ ଓହ୍ଲାଇଲାବେଳେ ହଠାତ ବେଲୁନଟି ଫାଟି ଯାଇ ନିଆଁ ଲାଗିଯାଇଥିଲା । ଏଥିରେ ତିନି ଜଣ ଆହତ ହୋଇଛନ୍ତି । ଆହତ ଦୁଇ ଜଣ ବସନ୍ତ କୁମାର ଏବଂ ବିଭୂତି ଭୂଷଣ ମହାନ୍ତି ବେଲୁନ କୁ ଓଳକୁ ଆଣୁଥିଲେ।

ଅନ୍ୟ ଜଣେ କେନ୍ଦ୍ରାପଡ଼ା ଅଞ୍ଚଳର ଭକ୍ତ ପଣ୍ଡୁ ଚରଣ ପ୍ରଧାନ ପୂଜା କରିବା ପାଇଁ ଆସିଥିଲେ । ତେବେ ବେଲୁନ ଟି ଫାଟି ତାଙ୍କ ଉପରେ ପଡିଯିବାରୁ ସେ ମଧ୍ୟ ଆହତ ହୋଇଥିଲେ। ଦୁଇ ଜଣ ଆହତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟ ଜଣଙ୍କୁ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ମହକୁମା ରେ ଏକ ବର୍ଣ୍ଣ ୟୁନିଟ ନଥିବାରୁ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL