କେନ୍ଦୁଝର: ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲା ବଡ଼ବିଲରେ କୁଖ୍ୟାତ ଅପରାଧୀ ସିପୁ କୁମାରକୁ ଗୁଳି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ସମ୍ପୃକ୍ତ ଥିବା ସିପୁ କୁମାରକୁ ଏନକାଉଣ୍ଟର ହୋଇଛି । ଟାଙ୍କୁରା ନିକଟ ଏକ ଜଙ୍ଗଲରେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଲାଇଥିଲା। ପୋଲିସର ପାଲଟା ଗୁଳିମାଡରେ ସିପୁ କୁମାର ଆହତ ହୋଇଛି। ଗୁରୁତର ଅବସ୍ଥାରେ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତ କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ଧରଣର ଡକାୟତି ହୋଇଥିଲା। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଖସିଯାଇଥିଲା। ସିପୁ ଘର ବିହାରର ପାଟଣା ଜିଲ୍ଲା ପିପରା ଗାଁରେ। ମୋଷ୍ଟ ୱାଣ୍ଟେଡ ଆନ୍ତଃରାଜ୍ୟ ଏହି ସିପୁ ନାମରେ ରହିଛି ଅନେକ ମାମଲା।







