ପୁରୀ : ନରେନ୍ଦ୍ର ପୁଷ୍କରିଣୀ କଳାକୃତିରେ ବୋଳି ଦେଲେ ମଇଳା । ବିକୃତ କରିଦେଲେ 55 ଦେବାଦେବୀଙ୍କ ମୁହଁ । ରାମ ସୀତା,ଲକ୍ଷ୍ମଣ ,ହନୁମାନଙ୍କ ପ୍ରତିମୂର୍ତ୍ତୀରେ କଳା ବୋଳି ଦେଇଛି କେହି ଦୁର୍ବୃତ୍ତ । ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ମଇଳା ଏତେ କଠିନ ରହିଛି ଯେ ଛଡ଼ାଇବାକୁ ଚାହିଁଲେ ବି ଛାଡୁନି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । 70 କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ 4 ତୀର୍ଥ ପୁଷ୍କରିଣୀର ଚାଲିଛି ରୂପାନ୍ତରୀକରଣ କାର୍ଯ୍ୟ । ତେବେ ନରେନ୍ଦ୍ର ପୁଷ୍କରିଣୀରେ ହୋଇଥିବା ଏହି ସୁନ୍ଦର କଳାକୃତି ଉପରେ ମଇଳା ବୋଳି ମୂର୍ତ୍ତିକୁ ବିକୃତ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ବିକୃତ କରିଦେଲେ ନରେନ୍ଦ୍ର ପୁଷ୍କରିଣୀ କଳାକୃତି, ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି






