ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟରେ ଗୋଷ୍ଠୀ ସଂଘର୍ଷ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ଆକ୍ରମଣ ଅଭିଯୋଗ । ଗୋଷ୍ଠୀ ସଂଘର୍ଷ ଯୋଗୁଁ ୧୦ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ୧୫ଜଣଙ୍କୁ ଉଠାଇ ନେଇ ଅଟକ ରଖି ପଚରାଉଚରା କରୁଛି ।
ଚାନ୍ଦିପୁଟରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରାତିରେ ଗୋଟିଏ ଗୋଷ୍ଠୀ ର ଶତାଧିକ ବ୍ୟକ୍ତି ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଚାନ୍ଦିପୁଟ ବଜ଼ାର ରେ ଉତ୍ତେଜନା ସୃଷ୍ଟି କରିବା ସହ ବିଜେପି ନେତା ଶିବରାମ ସୁଆର ଙ୍କ ଘର ଉପରେ ଆକ୍ରମଣ କରିଥିଲେ।ଯାହାର ଚିତ୍ର CCTV ରେ କଏଦ ହୋଇଛି l
ଏହି ଆକ୍ରମଣ ରେ ବିଜେପି ନେତାଙ୍କ ମା ମଧ୍ୟ ଆହତ ହୋଇଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଛି l ଗାଁରେ ଏବେ ଚାପl ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣା ସ୍ଥଳରେ ଗଜପତି ଏସପି ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି l ବ୍ୟାପକ ପୋଲିସ ମୁତୟନ ସହ ସ୍ଥିତି ଉପରେ କଡା ନଜର ରଖିଛି l ଏହି ଘଟଣା ରେ ୧୫ଜଣଙ୍କୁ ଅଟକ ରଖାଯାଇଛି। CCTV ଫୁଟେଜ ଆଧାରରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତ।








