ଓଡ଼ିଶା

ପଙ୍କୋଦ୍ଧାର ଏକାଦଶୀରେ ଲୋକନାଥଙ୍କ ପୀଠରେ ମଧ୍ୟାହ୍ନ ୧୨ରୁ ସାଧାରଣ ଦର୍ଶନ

ପୁରୀ: ଫେବୃଆରୀ ୧୩ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୧୫ ତାରିଖରେ ଶିବରାତ୍ରି । ଭକ୍ତଙ୍କ ଭିଡରେ କମ୍ପିବ ପ୍ରଭୁ ଶ୍ରୀ ଲୋକନାଥଙ୍କ ପୀଠ । ରବିବାର ଶ୍ରୀଲୋକନାଥଙ୍କ ମହାଶିବରାତ୍ରି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ।

ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜାଗର ଯାତ୍ରାରେ ଅଧିକ ଜନସମାଗମ ହେବାର ସମ୍ଭାବନା ରହିଛି। ଜାଗର ଯାତ୍ରାକୁ ଶାନ୍ତି, ଶୃଙ୍ଖଳାର ସହ ସମାପନ ହେବ ସେନେଇ ପ୍ରତ୍ୟେକ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ପଙ୍କ ଉଦ୍ଧାର ପାଇଁ ଆସନ୍ତା ୧୩ ତାରିଖ ରାତ୍ର ୧୨.୩୦ ଘଟିକା ସମୟରେ ପହୁଡ଼ ଦ୍ୱାର ଖୋଲିବ । ରାତ୍ର ୧.୧୫ ମିନିଟରୁ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ସମାପନ କରାଯିବ । ରାତ୍ର ୧.୪୫ ମିନିଟରୁ ୩ ଘଟିକା ମଧ୍ୟରେ ସକାଳ ଧୂପ, ରାତ୍ର ୩ ଘଟିକାରୁ ରାତ୍ର ୪ ଘଟିକା ମଧ୍ୟରେ ମଧ୍ୟାହ୍ନ ଧୂପ, ରାତ୍ର ୪ ଘଟିକାରୁ ସକାଳ ୮ ଘଟିକା ପର୍ଯ୍ୟନ୍ତ ପଙ୍କଉଦ୍ଧାର କାର୍ଯ୍ୟକ୍ରମ ଓ ମାଘ ସ୍ନାନ, ଦିବା ୧୨ ଘଟିକାରୁ ରାତ୍ର ୧୦ ଘଟିକା ସର୍ବସାଧାରଣ ଦର୍ଶନ ଓ ରାତ୍ର ୧୦ ଘଟିକାରୁ ରାତ୍ର ୧୧ଟା ମଧ୍ୟରେ ଧୂପ ଓ ଅନ୍ୟାନ୍ୟ ନୀତି ଏବଂ ବଡସିଂହାର ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ସେହିପରି ୧୫ ତାରିଖ ଜାଗରରେ ରାତ୍ର ୧୨.୩୦ ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର ୧୦ଟାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତ୍ର ୨ ଘଟିକାରୁ ରାତ୍ର ୩ ଘଟିକା ପର୍ଯ୍ୟନ୍ତ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହଦୀପ ପ୍ରଜ୍ବଳନର ନୀତିନିର୍ଘଣ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL