ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଧରାପଡ଼ିଲେ ଟାଟା ପାୱାର ଜେଇ । ଏକ ଇଟା କାରଖାନାକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ମାଲକାନଗିରି TPSODL ଜୁନିଅର ଇଞ୍ଜିନିୟର ପ୍ରଦେଶ ପ୍ରସାଦ ନାୟକ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ ଇଟା କାରଖାନା ମାଲିକ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବ ଯୋଜନା ମୁତାବକ ଧରିଥିଲା ଭିଜିଲାନ୍ସ ଟିମ୍ ।
ଜେଇଇ ପ୍ରଦେଶ ପ୍ରସାଦ ନାୟକ ଓ ତାଙ୍କ ସହଯୋଗୀ ଭଞ୍ଜ କିଶୋର ସ୍ବାଇଁ ଲାଞ୍ଚ ନେଉଥିଲେ । ଉଭୟଙ୍କୁ ଗିରଫ କରାଯାଇଛି । ଲାଞ୍ଚ ଧରା ପଡ଼ିବା ପରେ ଜେଇ ପ୍ରଦେଶ ପ୍ରସାଦଙ୍କ ଲିଙ୍କ୍ ରେ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଉଭୟ ଶ୍ରୀପଦ ନାୟକ ଓ ଭଞ୍ଜକିଶୋର ସ୍ବାଇଁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।







