ଭୁବନେଶ୍ୱର: ଓଡ଼ିଶାରେ ନୂତନ ଭାବେ ଗଠିତ ପୌର ପରିଷଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆ ୨୮ ଏନଏସି ଓ ୭ ପୌରପାଳିକାରେ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଚିଠି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।
ଫେବୃଆରୀ ୧୨ ରୁ ୨୧ ଯାଏଁ ପୌରାଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରସ୍ତାବ ଏବଂ ଅଭିଯୋଗ ମଗାଯିବ। ଫେବୃଆରୀ ୨୬ ରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରକାଶ ପାଇବ ବିଜ୍ଞପ୍ତି। ୨୬ ରୁ ମାର୍ଚ୍ଚ ୧୩ ଯାଏଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ। ମାର୍ଚ୍ଚ ୧୬ ରୁ ୨୮ ଅଭିଯୋଗ ଶୁଣାଣି। ମାର୍ଚ୍ଚ ୩୧ ରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶ ପାଇବ ଚୂଡାନ୍ତ ବିଜ୍ଞପ୍ତି ।







