ଗାଜିଆବାଦ : ଅନଲାଇନ ଗେମ ହେଲା କାଳ । ଜୀବନ ହାରିଲେ ୩ ନାବାଳିକା ଭଉଣୀ । ଗାଜିଆବାଦରରେ ୩ ନାବାଳିକା ଭଉଣୀଙ୍କ ୯ ମହଲା ବିଲଡିଂରୁ ଡେଇଁ ଜୀବନ ହାରିଛନ୍ତି । ସମସ୍ତେ କୋରିଆନ୍ ଅନଲାଇନ୍ ଗେମରେ ଆସକ୍ତ ଥିଲେ । ଗେମିଂ ନିଶା ଯୋଗୁଁ ସେମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ଏପରିକି ନିୟମିତ ସ୍କୁଲ୍ ବି ଯାଉନଥିଲେ । ଅଭିଭାବକ ଅନଲାଇନ୍ ଗେମ୍ ଖେଳିବାକୁ ବାରଣ କରିବା ସହ ଗାଳିଗୁଲଜ କରିବାରୁ ସେମାନେ ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି ।
ଏହାରି ମଧ୍ୟରେ ପୋଲିସ ଘଟଣାସ୍ଥଳରୁ ଏକ ନୋଟ୍ ଜବତ କରିଛି । ଏଥିରେ Mummy, Papa sorry ବୋଲି ଲେଖାଯାଇଛି । ରିପୋର୍ଟ ଅନୁଯାୟୀ ସେମାନେ “Korean Lover ନାମକ ଏକ ଟାସ୍କ-ଭିତ୍ତିକ ଆପ୍ ବ୍ୟବହାର କରୁଥିଲେ । ସମସ୍ତେ ଏକାଠି ବାଲକୋନିକୁ ପ୍ଲାଷ୍ଟିକ୍ ଚେୟାର ନେଇଥିଲେ । ପରସ୍ପରର ହାତ ଧରି ୯ମ ମହଲାରୁ ଡେଇଁଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ୍ ଫୋନ୍ କୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି । PROGA ୨୦୨୫ ନିୟମ ଅନୁସାରେ ଦେଶରେ ଟଙ୍କା ବାଜି ଲଗାଯାଉଥିବା ସମସ୍ତ ଅନଲାଇନ୍ ଗେମ୍ କୁ ବ୍ୟାନ୍ କରାଯାଇଛି । ନିୟମ ଉଲ୍ଲଂଘନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି । ଗତ ଜାନୁଆରୀ ରେ ପ୍ରାୟ ୨୪୨ଟି ବେଆଇନ୍ ବେଟିଂ ୱେବସାଇଟ୍ କୁ ସରକାର ବନ୍ଦ କରିଛନ୍ତି ।





