ଆନନ୍ଦପୁର : ପାଇଖାନା ଟାଙ୍କି ସଫେଇ ଗାଡ଼ି ଧକ୍କାରେ ୨ମୃତ । କାମଶାରି ଫେରିବା ସମୟରେ ପଛରୁ ଧକ୍କା ଦେଲା ପାଇଖାନା ଟାଙ୍କି ସଫେଇ ଗାଡ଼ି ।
ସୂଚନା ଅନୁସାରେ ଘଷିପୁରା ଥାନା ଅନ୍ତର୍ଗତ ମର୍ଶାପାଳ ଗ୍ରାମର ନାରଣ ଟୁଡୁ, ଭାଗି କିସ୍କୁ ଓ ଅଜୟ ଟୁଡୁ କାମସାରି ନିଜ ଘରକୁ ଫେରୁଥିବାବେଳେ ବିଏସଏନ୍ଏଲ୍ ଟେଲିଫୋନ ଛକ ନିକଟରେ ଏକ ପାଇଖାନା ଟାଙ୍କି ସଫେଇ ଗାଡ଼ି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସେମାନେ ରାସ୍ତାରେ ଛିଟିକି ହୋଇ ପଡ଼ିଥିଲେ । ଘଟଣା ସ୍ଥଳରେ ନାରଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଭାଗି ଓ ଅଜୟଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ସମୟ ଚିକିତ୍ସା ପରେ ଭାଗିଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଜୟଙ୍କ ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଚଢ଼ିଗଲା ପାଇଖାନା ଟାଙ୍କି ସଫେଇ ଗାଡ଼ି; ୨ମୃତ








