ଓଡ଼ିଶା

ଫାଷ୍ଟଫୁଡ଼ ଦୋକାନୀଙ୍କୁ ପିଟିପିଟି ହତ୍ୟା

ଭଞ୍ଜନଗର : ସାମାନ୍ୟ ବଚସାରୁ ନୃଶଂସ କାଣ୍ଡ । ଫାଷ୍ଟଫୁଡ଼ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା । ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ଗାଁ ନିକଟରେ ଘଟିଛି ଅଘଟଣ । ମୃତ ବ୍ୟବସାୟୀ ହରେକୃଷ୍ଣ ସ୍ବାଇଁ । ଗତକାଲି ଜଣେ ଯୁବକ ହରେକୃଷ୍ଣଙ୍କ ଦୋକାନକୁ ଆସିଥିବାବେଳେ ମାଡ଼ ମାରି ଲହୁଲୁହାଣ କରିଥିଲେ। ପରିବାରଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ କଣ ପାଇଁ ଫାଷ୍ଟଫୁଡ ବ୍ୟବସାୟୀଙ୍କୁ ହତ୍ୟା କରାଗଲା କାରଣ ଅସ୍ପଷ୍ଟ ରହିଛି । ଭଂଜନଗର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL