ଭୁବନେଶ୍ବର: ବନାଗ୍ନି ରୋକିବାକୁ ବନବିଭାଗର ବଡ଼ ପ୍ରସ୍ତୁତି । ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ପଦକ୍ଷେପ ନିଆଯିବ । ଜାନୁଆରୀରେ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ଗତ ବର୍ଷ ଜାନୁୟାରୀ ୬୭୦ ପଏଣ୍ଟ ରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ୩୪୧ ପଏଣ୍ଟରେ ନିଆଁ ଲାଗିଛି । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୨୦୪୬୧ ଫାୟାର ଲାଇନ ସୃଷ୍ଟି କରାଯାଇଛି ।
ସେହିପରି ୩୩୪ ବନାଗ୍ନି ସୁରକ୍ଷା ଦଳ ନିୟୋଜିତ କରାଯାଇଛି । ୫ହଜାର ଲିଫ ବ୍ଲୋୟର ପ୍ରସ୍ତୁତ ରଖା ଯାଇଛି । ଶିମିଳିପାଳରେ କ୍ୟାମେରା ଦ୍ୱାରା ବନାଗ୍ନି ଉପର ନଜର ରଖାଯିବ । ଆବଶ୍ୟକ ସ୍ଥଳେ ମିନି ଡ୍ରୋନ ବ୍ୟବହାର କରାଯାଉଛି । ୩୩୬ ଗାଁରେ ଜଙ୍ଗଲ ନିଆଁ ନେଇ ସଚେତନ କରାଯାଇଛି ।
୨ଶହ ଏନଡିଆରଏଫ କର୍ମଚାରୀଙ୍କୁ ମଧ୍ୟ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି । ନିଆଁ ଲାଗିଲେ ତୁରନ୍ତ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । ତେବେ ଜାଣି ଶୁଣି ଜଙ୍ଗଲରେ ନିଆଁ ଲଗାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ପିସିସିଏଫ ।







