ଓଡ଼ିଶା

୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, ପ୍ରକାଶିତ ହେଲା ସ୍ବତନ୍ତ୍ର ନିୟମାବଳୀ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୨ ନିୟମାବଳୀ । ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ହେଲେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମେତ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ମନା । କେବଳ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ । ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରେ ପ୍ରବେଶ କରିପାରିବେ ।

ପରୀକ୍ଷା ଆରମ୍ଭର ଅଧଘଣ୍ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ‌ପ୍ରବେଶ ସୁଯୋଗ ମିଳିବନି । ଚଳିତଥର ୪ ସେଟ୍‌ର ପ୍ରଶ୍ନପତ୍ର ହେବ । ଚଳିତ ଥର ପରୀକ୍ଷାର୍ଥୀଙ୍କୁ ଗୋଟିଏ ଉତ୍ତର ଖାତା ମିଳିବ । ୩୨ ପୃଷ୍ଠା ବିଶିଷ୍ଟ ରହିବ ଉତ୍ତର ଖାତା । ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତର ଖାତା ବା ଆଡିସନାଲ ପେପର ଦିଆଯିବ ନାହିଁ ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL