ଜାତୀୟ

ଅନୁପ୍ରବେଶ ପାଇଁ ଅଦାଲତ ଉପରେ ଚାପ ପକାଉଛି ଟିଏମସି ; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭା ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ରଖିଛନ୍ତି । ଅଭିଭାଷଣ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସକୁ ନିଶାନ କରିବା ସହ ଟିଏମସିକୁ ମଧ୍ୟ ନିଶାଣ କରିଛନ୍ତି ।

ମୋଦୀ କହିଛନ୍ତି, “ଟିଏମସିର ସହକର୍ମୀମାନେ ବହୁତ କିଛି କହିଛନ୍ତି । କିନ୍ତୁ ସେମାନେ ନିଜକୁ ଦେଖିବା ଉଚିତ । ଏକ ନିଷ୍ଠୁର ସରକାର ପତନର ସମସ୍ତ ପାରାମିଟରରେ ନୂତନ ରେକର୍ଡ ସୃଷ୍ଟି କରୁଛି । କିନ୍ତୁ ସେମାନେ ଏଠାରେ ଆମକୁ ଭାଷଣ ଦେଉଛନ୍ତି । ସେଠାକାର ଲୋକଙ୍କ ଭବିଷ୍ୟତ ଅନ୍ଧାରରେ ବୁଡ଼ିଯାଉଛି କିନ୍ତୁ ସେମାନେ (ରାଜ୍ୟ ସରକାର) ଚିନ୍ତା କରୁ ନାହାନ୍ତି । କ୍ଷମତାରେ ରହିବା ବ୍ୟତୀତ ସେମାନଙ୍କର ଆଉ କୌଣସି ଆକାଂକ୍ଷା ନାହିଁ । ସେମାନେ ଏଠାରେ ଭାଷଣ ଦେଉଛନ୍ତି । ବିଶ୍ୱର ସମୃଦ୍ଧ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଦେଶରୁ ଅବୈଧ ବାସିନ୍ଦାଙ୍କୁ ବାହାର କରୁଛନ୍ତି । କିନ୍ତୁ ଆମ ଦେଶରେ, ଅଦାଲତ ଉପରେ ଚାପ ପକାଯାଉଛି । ଆମ ଦେଶର ଯୁବପିଢ଼ି ଏପରି ଲୋକଙ୍କୁ କିପରି କ୍ଷମା କରିପାରିବେ ଯେଉଁମାନେ ଅନୁପ୍ରବେଶକାରୀଙ୍କ ପାଇଁ ସବୁକିଛି ବ୍ୟବହାର କରୁଛନ୍ତି କହି ମୋଦୀ ଟିଏମସିକୁ ନିଶାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL