ହିନ୍ଦୋଳ : ହିନ୍ଦୋଳରେ କଳରାପତିଆ ବାଘ ଆତଙ୍କ । କଂସରା ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର କୈଳାସ ମହାକୁଡ଼ଙ୍କ ଗୁହାଳରେ ପଶି ଆଠଟି ମେଣ୍ଢା ମାରି ଖାଇଥିବା ଅଭିଯୋଗ ହୋଇଛି । ଗୁହାଳ ପାଖରେ ବଡ଼ ବଡ଼ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦ ଚିହ୍ନ ଠାବ କରିବା ସହ ତଦନ୍ତ ଜାରି ରହିଛି । ଏହା ଏକ କଲରାପତିଆ ବାଘର ପାଦଚିହ୍ନ ବୋଲି ଅନୁମାନ କରାଯାଉଛି । ଖୁବଶୀଘ୍ର ଅଞ୍ଚଳରେ କ୍ୟାମେରା ଲଗାଯିବା ସହ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି ହିନ୍ଦୋଳ ବନାଞ୍ଚଳ ଅଧିକାରୀ ।
ଆଠଟି ମେଣ୍ଢା ମାରି ଖାଇଲା କଳରାପତରିଆ ବାଘ








