କୋରାପୁଟ: କୋରାପୁଟ ଜିଲ୍ଲା ଆଜିଠୁ ନକ୍ସଲମୁକ୍ତ ହୋଇଛି। ଏ ନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଳ ସିଂହ। ଏସିଏମ୍ କ୍ୟାଡର ମାଓବାଦୀ ମମତା ପଡ଼ିଆମି ଆତ୍ମସମର୍ପଣ କରିଛନ୍ତି। ମମତାଙ୍କ ଆତ୍ମସମର୍ପଣ ପରେ କୋରାପୁଟ ନକ୍ସଲମୁକ୍ତ ହେଲା ବୋଲି କହିଛନ୍ତି । ୨୦୨୩ ମସିହାରେ ମମତା ଛତିଶଗଡ ବିଜାପୁର ଅଞ୍ଚଳର ବିଭିନ୍ନ ହତ୍ୟା ମାମଲାରେ ଜଡ଼ିତ ଥିଲେ । ମମତାଙ୍କ ଠାରୁ ଗୋଟିଏ ରାଇଫଲ ଏଵଂ ୧୦ ପ୍ରକାର ବିଭିନ୍ନ ଗୋଳାବାରୁଦ ଜବତ ହୋଇଛି। ସରକାରଙ୍କ ଆତ୍ମସମର୍ପଣ ନୀତିରେ ଅନୁପ୍ରାଣିତ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି।
ମମତାଙ୍କ ଘର ଛତିଶଗଡ଼ ବିଜାପୁର ଜିଲାର ପେମେଡ଼ ଥାନା ଅନ୍ତର୍ଗତ ଲିଙ୍ଗପୂରମ ଗାଁରେ ବୋଲି ଜଣାପଡିଛି। କେନ୍ଦ୍ର ଓ ରାଜ୍ୟ ସରସକାରଙ୍କ ମାଓ ମୁକ୍ତ ଓଡିଶା ଗଠନ ଏବଂ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ କରୁଥିବା ମାଓବାଦୀ ଥଇଥାନ ନିୟମ ପ୍ରତି ଆକୃଷ୍ଟ ହୋଇ ସେ ଆତ୍ମସମର୍ପଣ କରିଛନ୍ତି। ଏହି ଅବସସରରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା , ବିଏସଏଫ ଡିଆଇଜି , ସେକେଣ୍ଡ ଇନି କମାଣ୍ଡୋ, ଆଇପିଏସ ପ୍ରୋବେସନର ରାମପ୍ରସାଦ କୋବିଦ ଏବଂ ଜୟପୁର ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ ।







