ଭୁବନେଶ୍ୱର : ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ । ମୋଟ୍ ୧୧ ଜିଲ୍ଲାର ୨୫ଟି ସ୍ଥାନରେ ଇଂରାଜୀ ନାଁ ମଧ୍ୟ ସଂଶୋଧନ ହେବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏଣିକି ଓଡ଼ିଆ ନାଁ ଅନୁସାରେ ରହିବ ଇଂରାଜୀ ନାମ । ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାଁ ଅନୁସାରେ ଖୋରଧା ଲେଖାଯିବ । ଇଂରାଜୀରେ ଦେବଗଡ଼ ପରି ଓଡ଼ିଆରେ ଦେବଗଡ଼ ଲେଖାଯିବ । ଏଣିକି ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ । ଆପତ୍ତି ନଥିଲେ ସଂଶୋଧନ ହେବ ଇଂରାଜୀ ନାଁ ।
ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ








