ଭଦ୍ରକ: ଓଡ଼ିଆ ଯୁବ ନାବିକ ନିଖୋଜ। ଚିନ୍ତାରେ ପରିବାର। ଭଦ୍ରକ ଜିଲ୍ଲା କେଶପୁର ଅଞ୍ଚଳର ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ। ସେ ମୁମ୍ବାଇର ଏକ ଜାହାଜ କମ୍ପାନୀରେ ଯୋଗଦେଇଥିଲେ। ଗତ ଦୁଇ ତାରିଖରୁ ସେ ନିଖୋଜ ଅଛନ୍ତି। ପ୍ରଥମେ ଚୀନରୁ ମରିସସ୍ ଯାଇଥିଲେ। ପୁଣି ମରିସସ୍ ରୁ ଚୀନ ଫେରିବା ବାଟରେ ସେ ନିଖୋଜ ହୋଇଯାଇଛନ୍ତି ।
ଶେଷଥର ୨ ତାରିଖରେ ମାଆଙ୍କ ସହ କଥା ହୋଇଥିଲେ ସାର୍ଥକ। ୩ ତାରିଖ ପରଠୁ ତାଙ୍କ ମୋବାଇଲ ନମ୍ବର ସୁଇଚ୍ ଅଫ୍ ଆସୁଥିବା । ପରେ ସେ ନିଖୋଜ ଥିବା ନେଇ ପରିବାର ଲୋକଙ୍କୁ ଖବର ଆସିଥିଲା । ଏନେଇ ମର୍ମାହତ ହୋଇପଡିଛନ୍ତି ସାର୍ଥକଙ୍କ ମାଆ। ପୁଅକୁ ଖୋଜି ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।








