ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଦେବା ସମୟରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି ।
ରାଜ୍ୟସଭା ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ରଖିବା ଆରମ୍ଭ କରିଛନ୍ତି । ଏହି ସମୟରେ ବିରୋଧୀ ସଦସ୍ୟ ମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ । ମୋଦୀ ତାଙ୍କର ଅଭିଭାଷଣ ଆରମ୍ଭ କରି କହିଥିଲେ “ମୁଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ କୃତଜ୍ଞତା ଜଣାଇବାକୁ ଆସିଛି । ” ଏତିକି କହିବା ପରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ । ସେମାନେ “ତାନାଶାହୀ ଚଳିବ ନାହିଁ” ଓ “ବିରୋଧୀଙ୍କୁ କହିବାକୁ ଦିଅ” ସ୍ଲୋଗାନ ଦେଇ ହଙ୍ଗାମା କରିଥିଲେ । ପରେ ବିରୋଧୀ ସାଂସଦମାନେ ରାଜ୍ୟସଭା କକ୍ଷତ୍ୟାଗ କରିଛନ୍ତି ।





