ଓଡ଼ିଶା

ସରକାରୀ ଆଇଟିଆଇରେ ଛାତ୍ରଙ୍କୁ ରଡରେ ଆକ୍ରମଣ, ଅବସ୍ଥା ଗୁରୁତର

ରାୟଗଡ଼ା: ଜଣେ ଛାତ୍ରଙ୍କୁ ଲୁହା ରଡରେ ପିଟିଲେ ଆଉ ଜଣେ ଛାତ୍ର । ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇରୁ ଆସିଛି ଅଭିଯୋଗ। ଲୁହା ଛଡ଼ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗୁରୁତର ଛାତ୍ର ଜଣକ କୋଲନରା ବ୍ଲକ ଅଞ୍ଚଳର । ଛାତ୍ର ଜଣକ ସରକାରୀ ଆଇଟିଆଇରେ ୱେଲଡର ଟ୍ରେଡରେ ପଢ଼ୁଥିଲେ ।

ଅନ୍ୟ ଜଣେ ଛାତ୍ର ତାଙ୍କୁ ଏକ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମୁଣ୍ଡ ଭିତରେ Internal Bleeding ହେଉଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଫଳରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପରିବାର ଲୋକ ଖବର ପାଇ ଗ୍ରାମବାସୀଙ୍କ ସହ ମେଡିକାଲରେ ପହଞ୍ଚିଥିଲେ । ସହପାଠୀଙ୍କ ଠାରୁ ସମସ୍ତ ବିଷୟ ବୁଝିବା ପରେ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ନେଇ ଆଇଆଇସି ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL