ନୟାଗଡ : ନିଜ ସର୍ଭିସ ବନ୍ଧୁକରୁ ନିଜ ଜୀବନ ନେଲେ । ଗୁଳି ଫୁଟାଇ ନିଜକୁ ମାରିଲେ କନେଷ୍ଟବଳ । ନୟାଗଡ ପୋଲିସ ବାରାକରେ ଘଟିଛି ଅଘଟଣ। ମୃତକ ବାହାଡାଝୋଲା ଅଞ୍ଚଳର କନେଷ୍ଟବଳ ସୁନିଲ ସେଠୀ । କିଛିଦିନ ତଳେ ସୁନୀଲଙ୍କ ନିର୍ବନ୍ଧ ହୋଇଥିଲା। ଆଉ କିଛି ଦିନ ଯାଇଥିଲେ ହୋଇଥାନ୍ତା ବିବାହ। ହେଲେ ସୁନେଲି ସ୍ବପ୍ନ ସବୁ ପାଣି ଫୋଟକା ପରି ମିଳେଇଯାଇଥିଲା।
ଗତକାଲି ରାତିରେ ତାଙ୍କ ସହ ନିର୍ବନ୍ଧ ହୋଇଥିବା ଝିଅକୁ ଶେଷ ମେସେଜ କରିଥିଲେ । ଆଉ ସକାଲୁ ଛାତ ଉପରୁ ମିଳିଥିଲା ତାଙ୍କ ମୃତଦେହ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ତାଙ୍କ ନିର୍ବନ୍ଧକୁ ପରିବାରଲୋକେ ବିରୋଧ କରିଥିଲେ। ଆଉ ପରିବାର ଲୋକଙ୍କ ଚାପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ନୟାଗଡ଼ ଏସପି କହିଛନ୍ତି।








