କନ୍ଧମାଳ : ଟପ ମାଓ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ଜଣ ମାଓବାଦୀ ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି I ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓବାଦୀ) ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଙ୍କ ସମେତ ଅନ୍ୟାନ୍ୟ ମାଓ କ୍ୟାଡ଼ର ସଶସ୍ତ୍ର ଆତ୍ମ ସମର୍ପଣ କରିଛନ୍ତି। କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତିକ ପଦ୍ଧତିରେ କାର୍ଯ୍ୟ କରିବା ପାଇଁ ଶେଷ ରେ ନିଷ୍ପତ୍ତି ନେଇଛନ୍ତି ।
ଗଣମାଧ୍ୟମ ଜରିଆରେ ଓଡିଶା ସରକାର ଓ ଗୃହ ବିଭାଗ ଉଦ୍ଦେଶ୍ୟରେ ଖୋଲା ପତ୍ର ଜାରି କରିଥିଲେ । ଦୁଇ ଦଶକ ରୁ ଅଧିକ ବର୍ଷ ହେଲା ସି. ପି. ଆଇ (ମାଓ ବାଦୀ )ର ରାୟଗଡ଼ା ଜିଲ୍ଲାରେ ସକ୍ରିୟ ଥିଲେ। ବାଶଧରା ଆଞ୍ଚଳିକ କମିଟି ଜରିଆରେ ସଂଗଠନ ରେ ସାମିଲ ଥିଲେ। ରାଜ୍ୟ ସରକାର ଯେଉଁ ଆତ୍ମସମର୍ପଣ ନୀତି ବନାଇଛନ୍ତି ଓ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ଆତ୍ମ ସମର୍ପଣକାରି ମାଓ ବାଦୀଙ୍କ କ୍ଷେତ୍ରରେ ତାହାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରି କରିବ ପାଇଁ ସେମାନେ ଦାବି କରିଛନ୍ତି ।
ଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓ ବାଦୀ )ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଆତ୍ମ ସମର୍ପଣ ପରେ ରାୟଗଡ଼ା ଜିଲ୍ଲା ନକ୍ସଲ ମୁକ୍ତ ହୋଇଛି । ବର୍ତ୍ତମାନ ବୌଦ୍ଧ ଜିଲା ମାଓ ମୁକ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ନୀତି ଶେଖର ।









