ବରଗଡ଼: ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୩ ଜଣ ଗୁରୁତର । ଗୋଷ୍ଠୀ ସଂଘର୍ଷର କାରଣ ଅସ୍ପଷ୍ଟ ରହିଛି। ଗତକାଲି୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ଦୁଇ ଆହତ ହୋଇଥିଲେ।
ମୃତକ କଲେଜ ରୋଡ଼ ଅଞ୍ଚଳର ଦେବାଶିଷ ଲୁହା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସମସ୍ତଙ୍କୁ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।









