ଓଡ଼ିଶା

ଛାତ୍ରୀନିବାସରୁ ଦୁଇ ଅନ୍ତେବାସୀ ନିଖୋଜ

ମୟୂରଭଞ୍ଜ: ହଷ୍ଟେଲରୁ ଗାଏବ ଦୁଇ ଅନ୍ତେବାସିନୀ । ୧୪ ଘଣ୍ଟା ପରେବି ମିଳୁନି ପତ୍ତା । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ୟାଳୟର ଘଟଣା । ଷଷ୍ଠରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ୧୫୮ ଜଣ ଛାତ୍ରୀ ହଷ୍ଟେଲରେ ରୁହନ୍ତି । ସେଥି ମଧ୍ୟରୁ ୨ ଷଷ୍ଠ ଶ୍ରେଣୀ ଛାତ୍ରୀ ଗତକାଲି ରାତିରୁ ଗାଏବ ଅଛନ୍ତି । ଅନେକ ଖୋଜାଖୋଜି ପରେ ମଧ୍ୟ ଏପର୍ଯ୍ୟନ୍ତ ନିଖୋଜ ଛାତ୍ରୀଙ୍କ ପତ୍ତା ମିଳିନାହିଁ । ପିଲାଙ୍କୁ ନପାଇ ଚିନ୍ତାରେ ଅଭିଭାବକ । ତେବେ ଘଟଣା ବାବଦରେ ହଷ୍ଟେଲ ୱାର୍ଡେନ କିଛି କହୁ ନଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । ଖବର ପାଇ ଏବିଇଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଛାତ୍ରୀ ମାନଙ୍କୁ ଶୀଘ୍ର ଖୋଜି ବାହାର କରାଯିବା ନେଇ ଚେଷ୍ଟା କରାଯାଉଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL