ପୋଲସରା: ଛିଡ଼ିଲା ମୀନାବଜାରର ଡ୍ରାଗନ ଦୋଳି। ଦୁର୍ଘଟଣାରେ ଚାରିରୁ ଉର୍ଦ୍ଧ୍ବ ଗୁରୁତର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁରେ ଚାଲିଥିବା ନାମଯଜ୍ଞରେ ଅଘଟଣ । ଯାତ୍ରାରେ ଲାଗିଥିବା ମୀନାବଜାର ଡ୍ରାଗନ ଟ୍ରେନ ଦୋଳିର ଗୋଟିଏ ବଗି ଛିଣ୍ଡିଯାଇ ୭ଜଣ ଆହତ ହୋଇଥିଲେ ।
ସେମାନଙ୍କ ମଧ୍ୟରୁ ଚାରି ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।









