ରାଉରକେଲା : ରାଉରକେଲା ସହରର ପୁଣି ଲଜ୍ଜ୍ୟା । ନାବାଳିକାକୁ ଅସଦାଚରଣ ପରେ ହତ୍ୟା । ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ ହୋଇଛି ।
ଗତକାଲି ସ୍କୁଲକୁ ଯାଇ ଆଉ ଫେରିନଥିଲେ ଛାତ୍ରୀ ଜଣକ। ବହୁ ଖୋଜାଖୋଜି ପରେ ନିକଟସ୍ଥ ଜଙ୍ଗଲରୁ ମୁର୍ମୁଷୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିଲେ । ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ନାବାଳିକାଙ୍କୁ ମୃତ ଘୋଷଣା କରିଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏନେଇ ପରିବାରଲୋକେ ବିଶ୍ରା ଥାନାରେ ଅଭିଯୋଗ ଆଣିଛନ୍ତି ।









