ଜାତୀୟ

ଜଳିଗଲା ବସ: ଅଳ୍ପକେ ବର୍ତ୍ତିଲେ ୩୯ ଯାତ୍ରୀ

ହାଇଦ୍ରାବାଦ : ହାଇଦ୍ରାବାଦରୁ ବିଜୟଓ୍ବାଡା ଯାଉଥିବା ଏକ ଘରୋଇ ବସରେ ଭୟଙ୍କର ନିଆଁ । ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାର କାଞ୍ଚିକଚେରଲା ପୋଲିସ ଷ୍ଟେସନ ନିକଟ ନନ୍ଦୀଗାମା ନିକଟରେ କୀସାରା ଟୋଲ ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଫଳରେ ୩୯ ଯାତ୍ରୀ ଜୀବନ ଅଳ୍ପକେ ବର୍ତ୍ତିଯାଇଛି ।

ଖବର ମୁତାବକ, ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାର କାଞ୍ଚିକଚେରଲା ପୋଲିସ ଷ୍ଟେସନ ନିକଟ ନନ୍ଦୀଗାମା ନିକଟରେ କୀସାରା ଟୋଲ ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଇଂଜିନରୁ ଧୂଆଁ ବାହାରୁଥିବା ଦେଖି ସତର୍କ ହୋଇଯାଇ ବସକୁ ରୋକି ଦେଇଥିଲେ । ନିଆଁ ବ୍ୟାପିବା ପୂର୍ବରୁ ୩୯ ଯାତ୍ରୀ, ଡ୍ରାଇଭର ଏବଂ ଅନ୍ୟ ସମସ୍ତେ ମିଶି ଜିନିଷ ସହିତ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ । ଏହାପରେ ବସ୍ ଜଳିପୋଡି ପାଉଁଶ ହୋଇଯାଇଥିଲା । ଦମକଳ ଗାଡ଼ି ଏବଂ ପୋଲିସ ନିଆଁକୁ ଆୟତ୍ତ କରିଥିଲେ ।

ତେବେ ଘଟଣାରେ ବସଟି ଜଳିଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ବସରେ ନିଆଁ କେମିତି ଲାଗିଲା, ତାହା ଏଯାଏଁ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL