ଜାତୀୟ

ଟି୨୦ ବିଶ୍ବକପ : ପାକିସ୍ତାନ ନେବ ୟୁଟର୍ଣ୍ଣ ! ନିଜ ସରକାର ସହିତ ପିସିବି ପୁଣି କରିବ ଆଲୋଚନା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନର ଡ୍ରାମା ଥମିବାର ନା ନେଉନି । ଏବେ ପିସିବି ପୁଣିଥରେ ନିଜ ସରକାରଙ୍କ ପରାମର୍ଶ ନେବ । ଏହି ପରାମର୍ଶ ବୈଠକ ୧୫ ଫେବୃଆରୀରେ ହେବାକୁ ଥିବା ମ୍ୟାଚକୁ ନେଇ ହେବ । ଯେଉଁଥିରେ ଭାରତ-ପାକିସ୍ତାନ ମ୍ୟାଚ୍ ବୟକଟକୁ ନେଇ ଆଲୋଚନା ହେବ । ଏହାକୁ ନେଇ ଆଉ ଥରେ ଆଲୋଚନା କରିବାକୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପରାମର୍ଶ ଦେଇଛି ।

ପାକିସ୍ତାନ ସରକାର ପିସିବିକୁ ଟି-୨୦ ବିଶ୍ୱକପ୍ ଖେଳିବାକୁ ଅନୁମତି ଦେଇଛି । କିନ୍ତୁ ଭାରତ ବିପକ୍ଷରେ ଖେଳିବାକୁ ମନା କରିଦେଇଛି । ଏହା ସେହି ମ୍ୟାଚ୍ ଯାହା ଆଇସିସି ଏବଂ ପିସିବି ବ୍ରଡକାଷ୍ଟର୍ସ ପାଇଁ ସବୁଠୁ ଅଧିକ ରୋଜଗାର କରୁଥିବା ମ୍ୟାଚ୍ ।

ଭାରତ-ପାକିସ୍ତାନ ମ୍ୟାଚ୍ ନ ହେବାର କାରଣ ଶ୍ରୀଲଙ୍କା କ୍ରିକେଟକୁ ବଡ଼ କ୍ଷତି ହେବା ଯଥେଷ୍ଟ ସମ୍ଭାବନା । ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା କ୍ରିକେଟ ବୋର୍ଡ଼ ପିସିବିକୁ ଗୋଟେ ଇ-ମେଲ୍ ପଠାଇଛି । ଯେଉଁଥିଲେ ଯଦି ୧୫ ଫେବୃଆରୀରେ ଏହି ମୁକାବିଲା ନହୁଏ ତେବେ ବହୁତ କ୍ଷତି ସହିବ ଶ୍ରୀଲଙ୍କା ।

-ଟିକେଟ ବିକ୍ରିରେ ବହୁତ କ୍ଷତି
-ହସ୍ପିଟାଲିଟି ଏବଂ ସ୍ପନସରସିପ୍ ମିଳୁଥିବା ରୋଜଗାର ବି କମିବ
-ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟର ଛବିକୁ ବି ବହୁତ ଖରାପ୍ ପ୍ରଭାବ ପଡିବ

ପାକିସ୍ତାନ ନିଜ ସମସ୍ତ ମ୍ୟାଚ୍ କଲମ୍ୱୋ ଏବଂ ପ୍ଲେକେଲେରେ ଖେଳାଯିବ । ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ସରକାର ଓ କ୍ରିକେଟକୁ ନେଇ ଭଲ ସଂପର୍କ ରହିଛି । ଏହାରି ଭିତରେ ଶ୍ରୀଲଙ୍କା କ୍ରିକେଟର ମେଲକୁ ଅଣଦେଖା କରିହେବନି । ସେପଟେ ମୋହସିନ ନକଭି ଶମ୍ମି ସିଲଭାକୁ ଭରସା ଦେଇଛନ୍ତି ସେ, ଏହି ପାକିସ୍ତାନ ସରକାରଙ୍କ ସାମ୍ନାରେ ନିଜର ପକ୍ଷ ରଖିବେ । ଯଦି ଭାରତ-ପାକିସ୍ତାନ ମ୍ୟାଚ ନ ହୁଏ, ତେବେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଅତିରିକ୍ତ ରୋଜଗାର କ୍ଷତି ସହିତ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL