ଜାତୀୟ

ଦୁଇ ଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯାଉଛନ୍ତି । ଏହାକୁ ନେଇ ମାଲେସିଆରେ ଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି ।

ମାଲେସିଆ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ନିମନ୍ତ୍ରଣରେ ମୁଁ ମାଲେସିଆ ଗସ୍ତ କରିବି, ଯେଉଁ ଦେଶ ସହିତ ଭାରତର ସମ୍ପର୍କ ଗଭୀର ଏବଂ ବ୍ୟାପକ । ଏହି ଗସ୍ତ ଆମର ବ୍ୟାପକ ରଣନୈତିକ ସହଭାଗୀତାକୁ ବୃଦ୍ଧି କରିବ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବ ।

କୁଆଲାଲମ୍ପୁରରେ ଏହି ସ୍ୱାଗତ ସମାରୋହରେ ପ୍ରାୟ ୮୦୦ କଳାକାର ଏକକାଳୀନ ମଞ୍ଚ ଉପରେ ରହିବେ । ଭାରତୀୟ ବଂଶୋଦ୍ଭବ ଲୋକମାନେ ପାରମ୍ପରିକ ପୋଷାକରେ ଶାସ୍ତ୍ରୀୟ ଏବଂ ଲୋକନୃତ୍ୟ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତି, ଏକତା ଏବଂ ବିବିଧତା ପ୍ରଦର୍ଶନ କରାଯିବ ।

ପ୍ରଧାନମନ୍ତ୍ରୀ ମୋଦି ମାଲେସିଆର ପ୍ରଧାନମନ୍ତ୍ରୀଙ୍କ ଅନୱର ଇବ୍ରାହିମଙ୍କ ସହିତ ଦ୍ବିପାକ୍ଷିକ ବାର୍ତ୍ତା ବିଷୟରେ ଚର୍ଚ୍ଚା କରାଯିବ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ୧୦ମ ଭାରତ-ମାଲେସିଆ ସିଇଓ ମଞ୍ଚ ମଧ୍ୟ ଆୟୋଜିତ ହେବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL