ଓଡ଼ିଶା

ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଦୁଇ ଜୀବନ

ଅନୁଗୁଳ: ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଚାଲିଗଲା ଦୁଇ ଜୀବନ ।  ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ମହିତଳା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ନତଡା ଗାଁର ବିକ୍ରମ ସାହୁ ଙ୍କ ପୁଅ ବିରେନ୍ଦ୍ର ସାହୁ ଓ କଣିହାଁ ଦଣ୍ଡସିଂହା ଗାଁର ଗୌର ଚନ୍ଦ୍ର ପରିଡ଼ାଙ୍କ ପୁଅ ବୁଲୁ ପରିଡା ।  ଦୁଇ ଜଣ ବାଇକରେ ଯାଉଥିବାବେଳେ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL