ଜାତୀୟ

କାରରୁ ମିଳିଲା ୩ ମୃତଦେହ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ପିରାଗଢ଼ୀ ଫ୍ଲାଏଓଭରରେ ପାର୍କିଂ ହୋଇଥିବା ଏକ କାର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ପୁଲିସ ସୂଚନା ଅନୁଯାୟୀ, ଅପରାହ୍ନ ୩.୫୦ ସମୟରେ ଏକ PCR କଲ୍ ଆସିଥିଲା ​​ଯେ, ପିରାଗଢ଼ୀ ଫ୍ଲାଏଓଭରରେ ଏକ ଧଳା ଟାଟା ଟିଆଗୋ ଗାଡ଼ିରେ ତିନି ଜଣ ଯାତ୍ରୀ କୌଣସି ପ୍ରତିକ୍ରିୟା ଦେଉ ନାହାଁନ୍ତି । ଯେତେବେଳେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଲେ, ସେମାନେ ଭିତରେ ସମସ୍ତଙ୍କୁ ମୃତ ଅବସ୍ଥାରେ ପାଇଲେ । ମୃତକ ମାନେ ସ୍ଥାନୀୟ ରଣଧୀର (୭୬), ନରେଶ ସିଂହ (୪୭) ଏବଂ ଲକ୍ଷ୍ମୀ ଦେବୀ (୪୦) ବୋଲି ଚିହ୍ନଟ କରାଯାଇଛି । ମୃତକଙ୍କ ମଧ୍ୟରେ ଗାଡି ମାଲିକ ମଧ୍ୟ ଥିବା ପୁଲିସ କହିଛି । ପାରିପାର୍ଶ୍ଵିକ ସ୍ଥିତିରୁ ବିଷାକ୍ତ ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କାରଣ ଘଟଣାସ୍ଥଳରେ ଡକାୟତି,ଚୋରି ଜନିତ କୌଣସି ଲକ୍ଷଣ ନଥିଲା ।

ପୁଲିସ ତିନି ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ପୂର୍ବରୁ କାରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ । ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL