ଓଡ଼ିଶା

ଅଙ୍ଗନବାଡ଼ିରେ ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଶିଶୁଙ୍କୁ ପଢ଼ିବାକୁ ଛାଡୁନାହାନ୍ତି ଅଭିଭାବକ

ରାଜନଗର : ବିଜ୍ଞାନ ଯୁଗରେ ଜାତିପ୍ରଥାର କୁତ୍ସିତ ପରମ୍ପରା । ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଶିଶୁଙ୍କୁ ପଢିବାକୁ ଛାଡୁ ନାହାନ୍ତି ଗ୍ରାମବାସୀ । ଏପରିକି ସହାୟିକାଙ୍କ ହାତରୁ ପ୍ରସୂତି ଏବଂ ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି । ପରମ୍ପରା ଓ ଜାତିପ୍ରଥାକୁ ନେଇ ୮୧ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲୁଛି । ଏନେଇ ଅଙ୍ଗନବାଡି କର୍ମୀଙ୍କ ଠାରୁ ଆରମ୍ଭ କରି ସୁପରଭାଇଜର ଓ ସିଡିପିଓ ବାରମ୍ବାର ଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଘଡିଆମାଳ ପଞ୍ଚାୟତ ନୂଆଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ପଦବୀ ଦୀର୍ଘଦିନ ହେବ ଖାଲିପଡିଛି । ୨୦୨୪ ପରେ ୨୦୨୫ ନଭେମ୍ବରରେ ସହାୟିକା ପଦ ପାଇଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା । ଗାଁର ଜଣେ ଅନୁସୂଚୀତ ଜାତିର ଯୁବତୀ ଏକମାତ୍ର ପାର୍ଥୀ ଭାବେ ଆବେଦନ କରିଥିଲେ । ପଦବୀ ପାଇଁ ଜଣେ ମାତ୍ର ଆବେଦନ କରିଥିବାରୁ ତାଙ୍କୁ ୨୦ ନଭେମ୍ବରରେ ଅଙ୍ଗନବାଡି କେନ୍ଦ୍ରର ସହାୟିକା ଭାବେ ନିଯୁକ୍ତି ଦିଆଯାଇଥିଲା । ଏହାପରଠୁ କେନ୍ଦ୍ରକୁ କୌଣସି ଶିଶୁ ପାଠ ପଢିବାକୁ ଆସୁନାହାନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL