ଓଡ଼ିଶା

କୋଚିଂ ସେଣ୍ଟରରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସାଲେପୁର: ଘରୋଇ ଆବାସିକ କୋଚିଂ ସେଣ୍ଟର ଭିତରୁ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର କଲେଜ ନିକଟସ୍ଥ ଘରୋଇ କୋଚିଙ୍ଗ ସେଣ୍ଟରରେ । ମୃତ ନାବାଳକ ହେଲେ କେନ୍ଦ୍ରାପଡା ଜିଲ୍ଲା ମୁଣ୍ଡିଲୋ ଗାଁର ଓଁ ପ୍ରକାଶ ସେଠୀ । ସେ ସାଲେପୁର ଶିଶୁମନ୍ଦିର ରୋଡ଼ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ରହି ଯୁକ୍ତଦୁଇ ପ୍ରଥମ ବର୍ଷ ବିଜ୍ଞାନ ଶ୍ରେଣୀରେ ପାଠ ପଢୁଥିଲେ ।

ତେବେ ସେ ରହୁଥିବା ରୁମରୁ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରଯାଇଥିଲା ।  ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।  କୋଚିଂସେଣ୍ଟରରେ ଅର୍ଥ ପୈଠକୁ କେନ୍ଦ୍ରକରି ପୂର୍ବରୁ ବିବାଦ ହୋଇଥିବାରୁ ଏଥିପାଇଁ ପୁଅକୁ କୋଚିଂ ସେଣ୍ଟରରେ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ମୃତକର ମାଆ ।  ଏପଟେ କୋଚିଂସେଣ୍ଟର କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL