ଓଡ଼ିଶା

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ AI ଏବଂ QR କୋଡର ହେବ ବ୍ୟବହାର

ଭୁବନେଶ୍ୱର :  ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । କପି ରୋକିବାକୁ ବ୍ୟବହାର ହେବ AI ଏବଂ QR କୋଡ୍ । AI କ୍ୟାମେରା ନଜରରେ ରହିବ ପରୀକ୍ଷା କେନ୍ଦ୍ର । ପ୍ରଶ୍ନପତ୍ରରେ ରହିବ QR କୋଡ୍ ଆସନ୍ତା ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାର ପ୍ରାୟ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ପରୀକ୍ଷାକୁ ସ୍ୱଚ୍ଛ ଏବଂ କପିମୁକ୍ତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପ୍ରମୁଖ ପଦକ୍ଷେପ

1. ପ୍ରଥମ QR କୋଡ୍ ଓ ୱାଟରମାର୍କ। ପ୍ରତି ପ୍ରଶ୍ନପତ୍ରର ପ୍ରତିଟି ପୃଷ୍ଠାରେ QR କୋଡ୍ ଏବଂ ୟୁନିକ୍ ସିରିଏଲ୍ ନମ୍ବର ରହିବ। ଯଦି କେହି ପ୍ରଶ୍ନପତ୍ରର ଫଟୋ ଉଠାଇ ଭାଇରାଲ୍ କରେ, ତେବେ ସେ କେଉଁ ସେଣ୍ଟରର ଏବଂ କେଉଁ ପରୀକ୍ଷାର୍ଥୀଙ୍କର, ତାହା ମାତ୍ର କିଛି ମିନିଟ୍ ମଧ୍ୟରେ ଜଣାପଡ଼ିବ।

2. ଦ୍ବିତୀୟ AI କ୍ୟାମେରା ନଜରରେ ରହିବ ପରୀକ୍ଷା ହବ୍। ସେଣ୍ଟରଗୁଡ଼ିକରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁକ୍ତ CCTV ଲାଗିବ। ଏହା ପରୀକ୍ଷା ହଲ୍ ରେ କୌଣସି ଅସ୍ୱାଭାବିକ ଗତିବିଧିକୁ ତୁରନ୍ତ ଚିହ୍ନଟ କରିପାରିବ।

3.ତୃତୀୟ ଲାଇଭ୍ ୱେବକାଷ୍ଟିଂ ବ୍ୟବସ୍ଥା ହୋଇଛି। ରାଜ୍ୟର ୩୦୮୨ଟି ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ସିଧାସଳଖ ଲାଇଭ୍ CCTV ମନିଟରିଂ କରାଯାଇ କଣ୍ଟ୍ରୋଲ ରୁମ୍ ସହ ଯୋଡ଼ାଯିବ।

4. ପ୍ରଶ୍ନପତ୍ର ପାଇଁ ଡିଜିଟାଲ୍ ଲକ୍ ସିଷ୍ଟମ୍ ହୋଇଛି। ପ୍ରଶ୍ନପତ୍ର ପ୍ୟାକେଟ୍ ରେ ମଲ୍ଟି-ଲେୟାର୍ ପାସୱାର୍ଡ ଏବଂ ଡିଜିଟାଲ୍ ଲକ୍ ରହିବ। ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାକୁ କେହି ଖୋଲିପାରିବେ ନାହିଁ।

5. ପଞ୍ଚମରେ GPS ଟ୍ରାକିଂ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ନେଇ ଯାଉଥିବା ଗାଡ଼ିଗୁଡ଼ିକରେ GPS ଲଗାଯିବ। ଯାହାଦ୍ୱାରା ରାସ୍ତାରେ ଗାଡ଼ି କେଉଁଠି ରହିଲା ତାହା ରିଅଲ୍-ଟାଇମ୍ ରେ ଜଣାପଡ଼ିବ।

6. ନୋଡାଲ୍ ସେଣ୍ଟରରୁ ସ୍କୁଲକୁ ପ୍ରଶ୍ନପତ୍ର ନେବା ଏବଂ ଉତ୍ତରଖାତା ଆଣିବା ସମୟରେ ପୋଲିସ ସୁରକ୍ଷା ବାଧ୍ୟତାମୂଳକ କରାଯାଇଛି।

7. ସପ୍ତମରେ ଏକ ଦ୍ବିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ହୋଇଛି। ପରୀକ୍ଷା ହଲ୍ ଭିତରକୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଦୁଇଥର ଯାଞ୍ଚ କରାଯିବ। ଛାତ୍ରୀଙ୍କ ପାଇଁ ମହିଳା କର୍ମଚାରୀ ଯାଞ୍ଚ କରିବେ।

8. ଅଷ୍ଟମରେ ବ୍ୟାନ ହୋଇଛି ମୋବାଇଲ। ପରୀକ୍ଷାର୍ଥୀଙ୍କ ସମେତ ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷକ ଏବଂ କର୍ମଚାରୀମାନେ ମଧ୍ୟ ପରୀକ୍ଷା ହଲ୍ ଭିତରକୁ ମୋବାଇଲ୍ ବା ସ୍ମାର୍ଟୱାଚ୍ ନେଇପାରିବେ ନାହିଁ।

10.ଦଶମରେ ପରୀକ୍ଷାର୍ଥୀଙ୍କ ଲାଗି ଜାରି ହୋଇଛି ହେଲ୍ପଲାଇନ ନମ୍ବର। ପରୀକ୍ଷାର୍ଥୀଙ୍କ ମାନସିକ ଚାପ ଦୂର କରିବା ଏବଂ କୌଣସି ଅଭିଯୋଗ ପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

11. .ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ରହୁଥିବା ଷ୍ଟ୍ରଙ୍ଗ୍ ରୁମ୍ ରେ ୨୪ ଘଣ୍ଟା ପୋଲିସ ମୁତୟନ ରହିବେ।

12. ଫର୍ମ ପୂରଣ ଠାରୁ ଆରମ୍ଭ କରି ପ୍ରାକ୍ଟିକାଲ୍ ମାର୍କ ଅପଲୋଡ୍ ପର୍ଯ୍ୟନ୍ତ ସବୁକିଛି ଅନଲାଇନ୍ ଜରିଆରେ ହେବ। ଯାହାଦ୍ୱାରା ହେରଫେର ହେବାର ସମ୍ଭାବନା ରହିବ ନାହିଁ। ୧୩ ତମ ପଦକ୍ଷେପ ହେଉଛି ବ୍ଲୁ-ସ୍କ୍ୱାଡ୍ ଓ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ବ୍ୟବସ୍ଥା। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହଠାତ୍ ଯାଞ୍ଚ କରିବା ପାଇଁ ଜିଲ୍ଲା ସ୍ତରରେ ବିଭିନ୍ନ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଗଠନ କରାଯାଇଛି।

13. ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନେ ଅତିକମରେ ୩୦ ରୁ ୪୫ ମିନିଟ୍ ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ଶେଷ ହେବା ମାତ୍ରେ ଉତ୍ତରଖାତାଗୁଡ଼ିକୁ ସୁରକ୍ଷିତ ଭାବେ ସଂଗ୍ରହ କରାଯାଇ ମାର୍ଚ୍ଚ ପ୍ରଥମ ସପ୍ତାହରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL