ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ । ଗତ ମାସ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପଞ୍ଜିକାରଙ୍କୁ ଡକାଯାଇଥିଲା ମଧ୍ୟ ୫ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ ।
ଅନ୍ୟପଟେ ଓଡ଼ିଶାର ସମସ୍ତ ସ୍ଥାନରୁ ପ୍ରକାଶ ପାଉଥିବା ପାଞ୍ଜି ଗୁଡ଼ିକ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କିଭଳି ହୋଇପାରିବ ଦୀର୍ଘ ବର୍ଷ ଧରି ଏହା ଉପରେ ତର୍କ ବିତର୍କ ଚାଲିଛି । ତ୍ରୁଟିଯୁକ୍ତ ପାଞ୍ଜି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମନ୍ଦିର ଆଇନରେ ବ୍ୟବସ୍ଥା କରିବାକୁ ଗତ ବୈଠକରେ ଦାବି ହୋଇଥିଲା । ତେବେ ନିର୍ଭୁଲ ପଞ୍ଜିକା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ବୈଠକ କରି ପଞ୍ଜିକା ସମନ୍ୱୟ ସମୀକରଣ କଲେ ସୁଦ୍ଧା ଅନେକ ପଞ୍ଜିକା ପ୍ରକାଶନ ସଂସ୍ଥା ଆସୁନାହାନ୍ତି । ୨୦୨୫ରେ ପୟାଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଶିବରାତ୍ରି, ଜନ୍ମାଷ୍ଟମୀ ବିଭିନ୍ନ ପର୍ବ ପର୍ବାଣିକୁ ନେଇ ନ୍ଦ୍ବନ୍ଦ୍ବ ଦେଖାଯାଇଥିଲା । ଏଥର ତ୍ରୁଟିଶୂନ୍ୟ ତାରିଖ ଓ ତିଥି ବାରକୁ ନେଇ ଆଜିର ବୈଠକରେ ଆଲୋଚନା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୫ଟି ସ୍ବିକୃତିପ୍ରାପ୍ତ ପଞ୍ଜୀକାକୁ ନେଇ ସ୍ଥିରିକୃତ ପର୍ବପର୍ବାଣି ଅନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ନିର୍ଦ୍ଧାରଣ କରାଯିବ ।








