ଜାତୀୟ

ଦୁର୍ଘଟଣାରେ ଚାଲିଗଲା ୬ ଜଣ ସାଙ୍ଗଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନର ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ସାଙ୍ଗ ମୃତ୍ୟୁ ହୋଇଛି । ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । କାରରେ ଦ୍ରୁତ ଗତିରେ ଆସୁଥିବା ସମୟରେ ଜୟପୁର-ଆଗ୍ରା ଜାତୀୟ ରାଜପଥ ନିକଟରେ ନିୟନ୍ତ୍ରଣ ହରାଇ ଡିଭାଇଡର ଡେଇଁ ଅନ୍ୟ ଲେନ୍ ରେ ଆସୁଥିବା ଟ୍ରେଲରକୁ ଧକ୍କା ଦେଇଥିଲା । ଫଳରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏକାସାଙ୍ଗରେ ୬ ଜଣ ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଧକ୍କା ଏତେ ଜୋରଦାର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଦୁର୍ଘଟଣା ଖବର ପାଇ ସିକନ୍ଦରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା । କ୍ରେନ୍ ସାହାଯ୍ୟରେ ଟ୍ରେଲରଠାରୁ କାର୍ କୁ ଅଲଗା କରାଯାଥିଲା । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସିକନ୍ଦରା ହସ୍ପିଟାଲରେ ଡାକ୍ତର ଚାରି ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଦୌସା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା । ଦୌସା ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଅନ୍ୟ ହସପିଟାଲକୁ ପଠାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ମୃତକ ସମୟ ସିଂହ (୨୫), ଲୋକେଶ (୨୪), ଦିଲଖୁସ୍ (୨୪), ମନୀଷ (୨୩), ଅଙ୍କିତ (୨୬) ଓ ନବୀନ (୨୩) ବୋଲି ଜଣାପଡ଼ିଛି । ବୁଧବାର ସକାଳେ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL