ମୁନିଗୁଡ଼ା : ମୁନିଗୁଡା ବନଖଣ୍ଡ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତର ଡିମିରିଗୁଡା ଗ୍ରାମ ନିକଟରେ ବାଘ ପାଦଚିହ୍ନ ଦେଖିବାକୁ ମିଳିଛି। ଗତକାଲି ରାତିରେ ଏକ ବାଛୁରୀକୁ ବାଘ ଖାଇଥିବା ସନ୍ଦେହ।
ରାୟଗଡ଼ା ଜିଲ୍ଲା ଡିମିରିଗୁଡା ଗ୍ରାମ ନିକଟରେ ବାଘ ଆତଙ୍କ। ଗ୍ରାମ ନିକଟରେ ବାଘ ପାଦଚିହ୍ନ ଦେଖିବାକୁ ମିଳିଛି। ଗତକାଲି ରାତିରେ ଏକ ବାଛୁରୀକୁ ବାଘ ମାରି ଖାଇଥିବା ଆଖପାଖ ଅଞ୍ଚଳରେ ପଡ଼ିଥିବା ପାଦଚିହ୍ନରୁ ସନ୍ଦେହ କରାଯାଉଛି। ଖବର ପାଇ ମୁନିଗୁଡା ରେଞ୍ଜର ପ୍ରବୀଣ ଦାସ, ଫରେଷ୍ଟର ପ୍ରମୋଦିନୀ ମାଣ୍ଡାଙ୍ଗି ଓ ବନବିଭାଗର ଅନ୍ୟ କର୍ମଚାରୀ ଉକ୍ତଜାଗାକୁ ଯାଇ ଅନୁସନ୍ଧାନ କରିବା ସହ ଟ୍ରାପ କ୍ୟାମେରା ଲଗାଇଛନ୍ତି। ବାଘର ଗତିବିଧି ଲକ୍ଷ୍ୟ କରାଯାଇଥିବା ସହ ବାଘ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ରେଞ୍ଜର ପ୍ରବୀଣ ଦାସ କହିଛନ୍ତି। ଉକ୍ତ ଅଞ୍ଚଳରେ ଆଖପାଖ ଗ୍ରାମର ଜନ ସାଧାରଣ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି।








