ଓଡ଼ିଶା

ମଣିନାଥପୁର ମଶାଣିରୁ ୫ ଶବ ଚୋରି

ଭଦ୍ରକ : ମଶାଣିରୁ ଶବ ଚୋରି ।  ପୁଣି ଥରେ ବହୁ ଚର୍ଚ୍ଚିତ ମଣିନାଥପୁର ମଶାଣିରୁ ୫ ଶବ ଚୋରି ହୋଇଛି ।   ଏହା ପୂର୍ବରୁ ୫ ଥର ଚୋରି ହୋଇଥିଲେ ସୁଦ୍ଧା ଏଯାଏ ରାକେଟ କି ଅଭିଯୁକ୍ତଙ୍କୁ ପୋଲିସ ଧରିପାରିନାହିଁ ।  ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅଧୀନ ମଣିନାଥପୁର ମଶାଣିରୁ ପୁଣି ୫ ଶବ ଗାଏବ ହୋଇଛି ।  କିଛି ମାସର ବ୍ୟବଧାନ ପରେ ଏହି ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି ।

ଭଣ୍ତାରିପୋଖରୀ ଥାନା ବୈତରଣୀ ନଦୀକୂଳରେ ମଣିନାଥପୁର ମଶାଣିରୁ ୫ଟି ଶବ ଗାଏବ ହୋଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ ।  ଶବକୁ ପରିବାର ପକ୍ଷରୁ ମଣିନାଥପୁର ମଶାଣିରେ ପୋତି ସତ୍କାର କରାଯାଇଥିଲା ।  ସତ୍କାର କରାଯାଇଥିବା ସ୍ଥାନରେ ଗାତ ଖୋଳି ୫ଟି ଶବକୁ କେହି କାଢ଼ି ନେଇଥିବା ସକାଳେ ଗାଁ ଲୋକେ ଦେଖିଥିଲେ ।  ତେବେ ଶବ କିଏ କାଢ଼ିଲା ଓ କାହିଁକି କାଢ଼ିଲା, ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ଗତ ୯ ବର୍ଷ ମଧ୍ୟରେ ମଶାଣିରୁ ୨୦ରୁ ଅଧିକ ଶବ ଗାଏବ ହେଲାଣି। ଶବ ଚୋରି ପଛରେ ଏକ ରାକେଟ କାମ କରୁଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL