ଓଡ଼ିଶା

ଗଛରେ ପିଟିହେଲା କାର, ଜଣେ ମୃତ, ୫ ଗୁରୁତର

ଘଟଗାଁ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୫ ଜଣ ଆହତ । ମୃତକ ଆଠଗଡ ବଡ଼ମ୍ଭା ଅଞ୍ଚଳର ରବୀନ୍ଦ୍ର ନାଥ ମହାନ୍ତି । ପରିବାର ସହ ମାଆ ତାରଣୀଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଘଟଗାଁ ଥାନା ଦୁବୁଲାବେଡା ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିଲା କାର । ଏଥିରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ରବିନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL