ଜାତୀୟ

ଶସ୍ତା ହେଲା ସୁନା ଓ ରୂପା!

ନୂଆଦିଲ୍ଲୀ: ଯଦି ଆପଣ ସୁନା ଏବଂ ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଖୁସି ଖବର ହୋଇପାରେ। ଗୋଟିଏ ଦିନରେ ରୂପା ମୂଲ୍ୟ ପ୍ରାୟ ୧୭,୦୦୦ ଟଙ୍କା ପ୍ରତି କିଲୋଗ୍ରାମ ହ୍ରାସ ପାଇଛି। ସୁନା ମଧ୍ୟ ପ୍ରାୟ ୩,୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଛି। ରିପୋର୍ଟ ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୫୫,୬୫୦ ଟଙ୍କାରୁ ହ୍ରାସ ପାଇ ୧,୫୨,୭୬୫ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୨,୫୭୫ ଟଙ୍କାରୁ ହ୍ରାସ ପାଇ ୧,୩୯,୯୩୩ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି। ୧୮ କ୍ୟାରେଟ୍ ସୁନାର ମୂଲ୍ୟ ମଧ୍ୟ ୨,୨୨୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ଏହା ପ୍ରତି ୧୦ ଗ୍ରାମ ୧,୪୨,୫୭୫ ରୁ ହ୍ରାସ ପାଇ ୧,୧୪,୫୭୪ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି। ରୂପାର ମୂଲ୍ୟ ୨,୪୨,୪୩୩ ରୁ ୧୬,୫୦୦ ରୁ ଅଧିକ ହ୍ରାସ ପାଇ ୨,୨୫,୯୩୩ ହୋଇଛି। ରୂପା ପୂର୍ବରୁ ୨,୫୯,୧୩୩ ପ୍ରତି କିଲୋଗ୍ରାମ ଥିଲା।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL