ଓଡ଼ିଶା

ସ୍ବେଛାକୃତ ଅବସର ନେଇ ଗାଁକୁ ଫେରିଲେ ଅପରେସନ ସିନ୍ଦୁର ଫାଇଟର ଆଲୋକ

ଯାଯପୁର: ଚାକିରିରୁ ସ୍ବେଛାକୃତ ଅବସର ନେଇ ଗାଁକୁ ଫେରିଛନ୍ତି ଅପରେସନ ସିନ୍ଦୁର ଫାଇଟର ଆଲୋକ କୁମାର ରାଉତ । ମହାଆଡମ୍ବରରେ ତାଙ୍କୁ ସ୍ବାଗତ କରୁଛନ୍ତି ଗାଁ ଲୋକେ। ପିଲା ଠୁ ବୁଢ଼ା ସମସ୍ତେ ବୀର ଯବାନଙ୍କ ସ୍ବାଗତରେ ଲାଗି ପଡ଼ିଛନ୍ତି । ଅପରେସନ ସିନ୍ଦୁରରେ ୭୯ ରାଉଣ୍ଡ ଫାୟାରିଂ କରି ପାକିସ୍ଥାନର ୧୧ଟି ବଙ୍କରକୁ ଧ୍ବସ୍ତ ବିଧ୍ବସ୍ତ କରିଥିବା ବୀର ଯବାନ ଆଲୋକ କୁମାର ରାଉତଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନିଜ ଜୀବନକୁ ବାଜି ଲଗାଇ ପାକିସ୍ତାନ ଉପରେ ପ୍ରତିଶୋଧ ନେଇଥିଲେ ଆଲୋକ ।

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଢିଅକୁରାଂଶ ଗାଁର ବୀ ଯବାନ ଆଲୋକ । ୨୦୦୨ ମସିହାରେ ସେ ଭାରତୀୟ ସେନାରେ ଯୋଗଦେଇଥିଲେ । ପଞ୍ଜାବ ରେଜିମେଣ୍ଟରେ ଚାକିରି ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଜାମ୍ମୁ କଶ୍ମୀର, ସିଆଚିନ ଭଳି ବର୍ଡ଼ରରେ ରହି ଭାରତ ମାତାର ସେବା କରିଥିଲେ । ୨୪ ବର୍ଷରୁ ଉର୍ଦ୍ଧ୍ୱ କାଳ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ କାମ କରିଥିବା ବେଳେ ଏବେ ଗାଁ ମାଟି ପାଇଁ କାମ କରିବାକୁ ଇଚ୍ଛା ପ୍ରକାଶ କରି ସ୍ବେଛାକୃତ ଅବସର ନେଇଛନ୍ତି । ଅବସର ନେଇ ଫେରିବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା । କୁଆଖିଆ ଠାରେ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ପାଛୋଟି ନିଆଯାଇ ଗାଁ ପରିକ୍ରମା କରାଯାଇଥିଲା । ଏହି ସମୟରେ ଗାଁର ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଓ ମହିଳାମାନେ ତାଙ୍କୁ ଫୁଲ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ । ଏଥିସହ ସମଗ୍ର ଅଞ୍ଚଳରେ ଦେଖିବାକୁ ମିଳିଥିଲା ଦେଶ ପ୍ରେମର ଝଲକ ।

ଅପରେସନ ସିନ୍ଦୁରରେ ସାମିଲ ହୋଇ ଶତ୍ରୁ ପକ୍ଷକୁ କଡା ଜବାବ ଦେଇ ଦେଶ ପାଇଁ ଗୌରବ ଆଣିବା ତାଙ୍କର ସବୁଠାରୁ ବଡ଼ ଉପଲବ୍ଧି ବୋଲି କହିଛନ୍ତି ଆଲୋକ । ଅବଶିଷ୍ଟ ସମୟ ଆଗାମୀ ଯୁବ ପିଢିଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା ସହ ସେନାରେ ଯୋଗଦେବା ପାଇଁ ସେମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଆଲୋକ।

ନିଜେ ଦେଶ ସେବା କରିବା ପାଇଁ ଯାଇନପାରିଲେ ମଧ୍ୟ ଦେଶ ପାଇଁ ଗ୍ରାମବାସୀଙ୍କ ମନରେ ରହିଥିବା ଗଭୀର ଶ୍ରଦ୍ଧା ଓ ଭକ୍ତି ଜଳଜଳ ହୋଇ ବାରି ପଡୁଥିବା ବେଳେ ଆଗକୁ ଦେଶସେବା ପାଇଁ ଯୁବପିଢ଼ି ଖୁବ ଅନୁପ୍ରାଣିତ ହେବେ ଏଥିରେ ଦ୍ୱିମତ ନାହିଁ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL