ଓଡ଼ିଶା

ପୁରୀରୁ ନିଖୋଜ ନାବାଳକ ହ୍ରାଇଦ୍ରାବାଦରୁ ଉଦ୍ଧାର , ୨ ଗିରଫ

ପୁରୀ : ୫ ମାସ ପରେ ନିଖୋଜ ନାବାଳକ ଉଦ୍ଧାର । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା କୁଞ୍ଜର ଗାଁର ଦୁଇ ନିଖୋଜ ନାବାଳକ ୫ ମାସ ପରେ ଉଦ୍ଧାର କରିଛି ପୋଲିସ । ଦୁଇ ନାବାଳକ ଗୋଟିଏ ପରିବାରର । ଦୁହେଁ ଶ୍ରୀପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ସେପ୍ଟେମ୍ୱର ୩୦ରେ ଦୁଇଟି ସାଇକେଲରେ ଟିଉସନ ଯିବାକୁ କହି ଆଉ ଘରକୁ ଫେରିନଥିଲେ । ପିଲାଙ୍କ ସନ୍ଧାନ ନପାଇ ପରିବାର ଲୋକେ ଡେଲାଙ୍ଗ ଥାନାର ଦ୍ଵାରସ୍ଥ ହୋଇଥିଲେ । ବିଭିନ୍ନ ସ୍ଥାନରେ ନାବାଳକଙ୍କ ନିଖୋଜ ପୋଷ୍ଟର ଲଗାଇଥିଲା । ଏହି ଘଟଣାରେ ପୋଲିସ ହାଇଦ୍ରାବାଦର ଏମ୍. ମହେଶ ରାଜ ଓ ଏମ. ମଲ୍ଲେଶ ରାଓଙ୍କୁ ଗିରଫ କରିଛି ପୋଲିସ । ହ୍ରାଇଦ୍ରାବାଦରୁ ନାବାଳକଙ୍କୁ ଉଦ୍ଧାର କରିଛି ପୋଲିସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL